ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ହରିଜନ ଶବ୍ଦ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ହରିଜନ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ ଦେଖାନଯାଏ।

ଏସ୍‌ଟି ଏବଂ ଏସ୍‌ସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ତାଲିକା ଭୁକ୍ତ ସମ୍ପ୍ରଦାୟଗୁଡ଼ିକୁ ସୂଚିତ କରିବା ପାଇଁ ଅନୁସୂଚିତ ଜାତି ( ଇଂରାଜୀରେ କିମ୍ବା ଓଡ଼ିଆ କିମ୍ବା ଅନ୍ୟାନ୍ୟ ସୀକୃତି ପ୍ରାପ୍ତ ଜାତୀୟ ଭାଷାରେ ଏହାର ସମକକ୍ଷ) ଶବ୍ଦ ବ୍ୟବହାର କରାଯିବା ଉଚିତ।

କର୍ତ୍ତୃପକ୍ଷଙ୍କୁ ଏହି ପରିବର୍ତ୍ତନ ବିଷୟରେ କର୍ମଚାରୀମାନଙ୍କୁ ଶିକ୍ଷା ଦେବାକୁ ଏବଂ ସେହି ଅନୁସାରେ ପ୍ରଚଳିତ ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହା ଓଡ଼ିଶା ମାନବାଧିକାର କମିଶନ (ଓଏଚଆସି )ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ଅନୁସରଣ କରି ହରିଜନ ଶବ୍ଦ ବ୍ୟବହାରକୁ ନିଷେଧ କରିଛି, ଏହି ନିର୍ଦ୍ଦେଶାବଳୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବ।

ମହାତ୍ମା ଗାନ୍ଧୀଙ୍କ ସମୟର ଅସ୍ପୃଶ୍ଯ ନାମ ହରିଜନ ଶବ୍ଦକୁ ଦୀର୍ଘ ଦିନ ଧରି ଅପମାନଜନକ ଭାବରେ ଦେଖାଯାଉଛି, ଯାହା ସମାଜର ଅବହେଳିତ ବର୍ଗର ସ୍ଥିତିକୁ ହ୍ରାସ କରୁଛି। ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ମନ୍ତ୍ରାଳୟଦ୍ବାରା ସମସ୍ତ ରାଜ୍ୟକୁ ଜାରି ନୂତନ ନିର୍ଦ୍ଦେଶ ନାମା ପରେ ୨୦୧୩ରେ ସମାନ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁଥିରେ କେବଳ ଜାତି ପ୍ରମାଣପତ୍ରରେ ନୁହେଁ ବରଂ ସରକାରୀ ଯୋଗାଯୋଗରେ ମଧ୍ୟ ହରିଜନ ଶବ୍ଦର ବ୍ୟବହାର ନ କରିବା ସୁନିଶ୍ଚିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *