ଆଜି ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ପୀଡ଼ିତାଙ୍କ ଗାଁ ବାୟାବରର କବରସ୍ତାନରେ ଦିଆଗଲା କବର । ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ବିଳମ୍ବିତ ରାତିରେ ବଳଙ୍ଗାରେ ପହଞ୍ଚିଲା ମରଶରୀର । ପୋଡ଼ିଯାଇ ଜୀବନ ସହ ୧୪ ଦିନ ଧରି ସଂଗ୍ରାମ କରି ଶନିବାର ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଥିଲେ ପୀଡ଼ିତା । ଗତକାଲି ରାତି ପ୍ରାୟ ୧୧ଟା ୧୫ ସମୟରେ ପୀଡିତାଙ୍କ ମୃତ ଦେହ ଭୁବନେଶ୍ବରରେ ପହଞ୍ଚିଥିଲା । ପୀଡିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ଅନେକ ନେତା ମନ୍ତ୍ରୀଙ୍କ ଭିଡ ଜମିଥିଲା । ଏହା ପରେ ମହାପ୍ରୟାଣ ଗାଡି ତାଙ୍କ ମରଶରୀରକୁ ଗାଁକୁ ଅଣାଯାଇଥିଲା । ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାୟାବର ନାବାଳିକା ଜଣକ ଗତମାସ ୧୯ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିଲା । ଏହି ସମୟରେ ସେଠାରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । Post navigation ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା: ୨ ଛାତ୍ର ଗିରଫ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ