କୋଟିପତି ଡେପୁଟି ରେଞ୍ଜରଙ୍କୁ ବାନ୍ଧିଲା ପୋଲିସ । ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଡେପୁଟି ରେଞ୍ଜର ନେପାକଙ୍କ ଜୟପୁର ଓ ଭୁବନେଶ୍ୱରର ୫ଟି ଠିକଣାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା ସମେତ ଦେଢ଼ କେଜି ସୁନା ଓ ୪ କେଜି ୬୩୭ ଗ୍ରାମ ରୁପା ଜବତ କରିଥିଲା ଭିଜିଲାନ୍ସ । ଏହା ସହିତ ଜୟପୁର ସହରାଞ୍ଚଳରେ ୨ଟି ମୂଲ୍ୟବାନ ଜମି ସହିତ ଭୁବନେଶ୍ୱର ପଟିଆ ରଘୁନାଥପୁରରେ ୧୮୦୦ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ । Post navigation ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କୌଣସି ଆଲୋଚନା ହୋଇନଥିବା କହିଲେ ମନମୋହନ ସାମଲ ଓଡ଼ିଶାରେ ଦୁଇ ଦିନିଆ ‘ଗରିମା’ ଜାତୀୟ କର୍ମଶାଳା ଉଦ୍ଘାଟନ