ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର । ରାଗିଂ ଘଟଣାକୁ ନେଇ ହୋଇଥିବା ନିଲମ୍ବନ ଆଦେଶ ଉଠିଲା ।ରାଗିଂ ଘଟଣାକୁ ଅସ୍ବୀକାର କରି ଧାରଣା ଦେଇଥିଲେ ଉଭୟ ଗୋଷ୍ଠୀ ଛାତ୍ର । ଏହା ସହ ହଷ୍ଟେଲ ୱାର୍ଡେନ ନିଲମ୍ବନ ପ୍ରତ୍ୟାହାର ନେଇ ଜାରି କଲେ ନିର୍ଦ୍ଦେଶ ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ନିଲମ୍ବନ କରିଥିଲେ। ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ଘଟଣାକୁ ଅସ୍ଵୀକାର କରି ଉଭୟ ଗୋଷ୍ଠୀର ଛାତ୍ର ମାନେ ଧାରଣା ଦେଇଥିଲେ।

Leave a Reply

Your email address will not be published. Required fields are marked *