କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ତେବେ ଏପର୍ଯ୍ୟନ୍ତ କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ କରାଯାଇଛି । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଥିବା ବେଳେ ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌ ଓ ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଥିବା ଜଣାପଡିଛି। ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା ।  ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଛି । ଏହା ସହ ଯାଞ୍ଚ ଜାରି ରହିଛି । ଚଢାଉ ପରେ ଆଉ କେତେ ସମ୍ପତ୍ତି ଜବତ ହେଲା ଜଣାପଡ଼ିବ ।

ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଚଢ଼ାଉ ସରିଲା ପରେ କେତେ ସମ୍ପତ୍ତି ଜବତ ହେଲା ତାହାର ସୂଚନା ମିଳିବ ।

Leave a Reply

Your email address will not be published. Required fields are marked *