ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ । ନାବାଳିକା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ମିଳିଛି। କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ ଏମ୍ସକୁ ହେବେ ଏୟାରଲିଫ୍ଟ । ତେଣୁ ଡାକ୍ତରୀ ଟିମ୍ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା କରାଯାଇଥିବା ଜଣାପଡିଛି । ଏହା ସହ ଦିଲ୍ଲୀ ଏମ୍ସ ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଥିବା ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ । ସୂଚନା ଯୋଗ୍ୟ; ନୂଆଗୋପାଳପୁର ଗ୍ରାମର ଜଣେ ନାବାଳିକା କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ । ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ହରିପୁର-ବଳଙ୍ଗା ରାସ୍ତା ଉପରେ ନାବାଳିକାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଏହା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବଳଙ୍ଗା ପୀଡ଼ିତା ଏବେ ଏମ୍ସରେ ଚିକିତ୍ସାଧୀନରେ ଅଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ବର୍ତ୍ତମାନ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି । ପୀଡ଼ିତାଙ୍କ ଶରୀର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଛି। ଏମ୍ସର ବର୍ଣ୍ଣ ୱାର୍ଡରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା । ଏକ ସ୍ବତନ୍ତ୍ର ମେଡିକାଲି ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଟିମରେ ୧୨ ଜଣ ଡାକ୍ତର ଓ ୨ ଜଣ ନର୍ସ ଅଛନ୍ତି। Post navigation ନିମାପଡା ଛାତ୍ରୀ ପୋଡି ଘଟଣାର ଅନୁଧ୍ୟାନ କଲା ପିସିସି ତଥ୍ୟ ଅନୁଧ୍ୟାନ କମିଟି ଆଜି ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ୨୦୨୫ ପରୀକ୍ଷା ସ୍ଥଗିତ