ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ଏଫଏମ କଲେଜ ପୀଡିତାଙ୍କ ପରିବାରକୁ ଭେଟି ରାଜ୍ୟ ସରକାରଙ୍କ ତରଫରୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେହିପରି ବାଲେଶ୍ୱର ରେଡ୍‌କ୍ରସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ପୂର୍ବରୁ,ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଫଏମ୍ ପୀଡ଼ିତା ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ । ସବୁ ଦୋଷୀଙ୍କୁ ଆଇନ୍ ଅନୁସାରେ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

By Nirvay

Leave a Reply

Your email address will not be published. Required fields are marked *