ବାବାଲେଶ୍ୱରସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ଲୋକ ଭୁଲିନଥିବା ବେଳେ ଆଉ ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ପୁରୀ ଜିଲ୍ଲା, ପିପିଲି ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା । +୨ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଜାଳିଦେବାକୁ ଉଦ୍ୟମ କରିଛନ୍ତି କିଛି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ନାବାଳିକାଟି ତାଙ୍କ ବନ୍ଧୁଙ୍କୁ ବହି ଦେବା ପାଇଁ ବାହାରକୁ ଯାଇଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ରାସ୍ତାରେ ତିନି ଜଣ ଅଜଣା ଯୁବକ ତାଙ୍କୁ ଅଟକାଇ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡିଛି । ଘଟଣା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଛି । ପୋଲିସର ତଦନ୍ତ ଚାଲିଥିବାବେଳେ ଏମ୍ସ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୀଡ଼ିତାଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି । ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମ୍ସରେ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଜଣା ପଡ଼ିଲା କେଉଁଠୁ ଆସିଥିଲା ପେଟ୍ରୋଲ ମହିଳା କମିଶନଙ୍କ କାର୍ଯ୍ୟାଳୟ ଆଗରେ ମହିଳା ବିଜେଡିର ଶାନ୍ତିପୂର୍ଣ୍ଣ ଧାରଣା