ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ପ୍ରତିବର୍ଷ ଭଳି ଚଳିତ ବର୍ଷ ତୀର୍ଥଯାତ୍ରା କରିବାର ସୁଯୋଗ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ଯୋଜନା ହୋଇଛି । ଏଥିରେ ୬୦-୭୫ ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଯୋଜନାରେ ସାମିଲ ହେବେ।  ଏଥିପାଇଁ ଜୁଲାଇ ୧୭ରୁ ଅଗଷ୍ଟ ୧୫ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ ବରିଷ୍ଠ ନାଗରିକ। ସେପ୍ଟେମ୍ବର ୧୦ରୁ ଭୁବନେଶ୍ଵର ଷ୍ଟେସନରୁ ବାହାରିବ ସ୍ଵତନ୍ତ୍ର ଟ୍ରେନ୍ ।

ସେମାନେ ବାରାଣାସୀରେ ଗଙ୍ଗା ଆରତୀ କରିବେ, ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବେ। ସେହିପରି ଉଜୟିନୀରୁ ଓଁକାରେଶ୍ଵର, ଏମିତିକି ରାମେଶ୍ଵରମ ଓ ମଦୁରାଇ ଯାଇ ବିତାଇବେ ୫ରାତି, ୬ଦିନ, ଲଭିବେ ପ୍ରଭୁ କୃପା। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ଘୋଷଣା ହୋଇଛି ଅଷ୍ଟମ ସଂସ୍କରଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ୨୦୨୫-୨୬ ଯୋଜନା।

Leave a Reply

Your email address will not be published. Required fields are marked *