ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଶନିବାର ଦିନ ଓଡ଼ିଶା ଫେରିଛନ୍ତି । ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ସେ ଭୁବନେଶ୍ୱର ଫେରିଛନ୍ତି । କର୍ମୀ, ନେତା ଓ ଜନତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କୁ ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଜୁନ ୨୨ ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳତାର ସହ ନବୀନ ପଟ୍ଟନାୟକଙ୍କର ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା । ଏହାପରେ ସେ ଫିଜିଓଥେରାପି ନେବା ପାଇଁ କିଛିଦିନ ମୁମ୍ବାଇରେ ରହିଥିଲେ । Post navigation ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଅଭିଯୁକ୍ତ ଏଚ୍ଓଡି ଗିରଫ