5.0 Magnitude Earthquake Hits Tibet Days After Devastating Nepal Floods

ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ।ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଆଜି ସକାଳ ୯ଟା ୪ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ଥିଲା। ପ୍ରାୟ ୧୦ ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀ ଏନସିଆର ସହିତ ହରିୟାଣାର ଗୁରୁଗ୍ରାମ, ସୋନିପତ, ବାହାଦୁରଗଡ଼ ଏବଂ ଜିନ୍ଦରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପ ସକାଳ ୯:୦୪ ସମୟରେ ହୋଇଥିଲା, ଯାହାର ଗଭୀରତା ୧୦ କିଲୋମିଟର ବୋଲି ଜଣାପଡିଛି। ହରିୟାଣାର ସୋନିପତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ପ୍ରଭାବରେ ସେପରି କିଛି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *