ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ । ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟି ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ବୁଧବାର ଦିନ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବ୍ୟାଙ୍କିଂ, ବୀମା, ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେବାର ସମ୍ଭାବନା ରହିଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟ୍ସୋର୍ସିଂ, ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ କର୍ମଚାରୀଙ୍କୁ ଅନିଶ୍ଚିତ ଅସ୍ଥାୟୀ ପ୍ରକ୍ରିୟାରେ ରହିବା ଲାଗି ବାଧ୍ୟ କରିବା ପ୍ରକ୍ରିୟାକୁ ବିରୋଧ କରୁଛି ଶ୍ରମିକ ସଙ୍ଗଠନ । ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ, ଡାକ, କୋଇଲା ଖଣି, କାରଖାନା ଓ ରାଜ୍ୟ ପରିବହନ ସେବା ବିଶେଷ ଭାବରେ ପ୍ରଭାବିତ ହୋଇପାରେ । Post navigation ଆସନ୍ତାକାଲି ଭାରତ ବନ୍ଦ ଗୁଜରାଟରେ ଭୁଶୁଡ଼ିଲା ବ୍ରିଜ; ୯ ମୃତ, ୧୦ ଗୁରୁତର