ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଘୋଷଣା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ସଭାପତି ପଦ ପାଇଁ ମନମୋହନଙ୍କ ନାମକୁ ଆନୁଷ୍ଠାନିକଭାବେ ବିଜୟୀ ଘୋଷଣା କରିଛନ୍ତି । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଏହା ସହିତ ସଞ୍ଜୟ ଜୟସ୍ୱାଲ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି । ଏହି ସମୟରେ ଦଳୀୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ସାଂସଦ ବୈଜୟନ୍ତ ପଣ୍ଡା, ବିଜେପି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ, ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର, ଲତା ହୁସେଣ୍ଡି ଓ ଦଳର ଜାତୀୟ ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । Post navigation ଆଜିଠୁ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ହନ୍ତସନ୍ତ ଯାତ୍ରୀ ଦିଗପହଣ୍ଡିରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା