ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘର । ଦାବି ଅନୁସାରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ ୱେଲ୍‌ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା ରାଶି ସହ ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ । ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ । ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ୍‌ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ । ଏହି ସବୁ ଦାବି ପୂରଣ ନ ହେବା ଯାଏ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏ ଆନ୍ଦୋଳନ ଚାଲିବ ବୋଲି କହିଛି ସଂଘ।

ବିଭିନ୍ନ ସରକାରୀ ଗାଡ଼ି, ସ୍କୁଲ ବସ, ଆମ୍ବୁଲାନ୍ସ, ଓମ୍‌ଫେଡ୍‌ କ୍ଷୀର ଗାଡ଼ି ସହ ଅତ୍ୟାବଶ୍ୟକୀୟ ଗାଡ଼ିକୁ ଆନ୍ଦୋଳନରୁ ବାଦ୍‌ ଦିଆଯାଇଛି । ଏହା ସହ ସବୁବର୍ଗର ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।ଅନ୍ୟପଟେ ଆନ୍ଦୋଳନ ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି।

Leave a Reply

Your email address will not be published. Required fields are marked *