private-buses-will-ply-across-the-state-from-tomorrow
ଆସନ୍ତା କାଲିଠାରୁ ଓଡ଼ିଶା ଡ୍ରାଇଭର ମହାସଂଘ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି । ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।
 
ତେବେ, ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେନି ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା ଦେଇଛନ୍ତି ।
 
ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୁଲିସକୁ ଦେବା ପ୍ରସଙ୍ଗକୁ ବିରୋଧ କରିବା ସହ ବିଭିନ୍ନ ଦାବି ନେଇ ଏହି ଡାକରା ଦିଆଯିବ ବୋଲି ବସ୍‌, ଟ୍ରକ୍‌, ମିନିଟ୍ରକ୍‌ ମାଲିକଙ୍କ ସମେତ ଡ୍ରାଇଭର ସଂଘ ଘୋଷଣା କରିଛି ।
 
ତେବେ ଏହି ଆନ୍ଦୋଳନକୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ବିରୋଧ କରିଛି । କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର ସଂଘ ଆନ୍ଦୋଳନକୁ ସମର୍ଥନ କରୁନାହିଁ ବୋଲି ମଞ୍ଚ କହିଛି । ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ୱାଭାବିକ ରହିବ ବୋଲି ମଞ୍ଚ କହିଛି ।

By Nirvay

Leave a Reply

Your email address will not be published. Required fields are marked *