ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଆଜି ଡିସ୍ଚାର୍ଜ ହୋଇଛନ୍ତି । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏକ ସପ୍ତାହ ମୁମ୍ବାଇରେ ରହିବା ପରେ ଭୁବନେଶ୍ୱର ଫେରିବେ । ସେଠାରେ ତାଙ୍କର ନିୟମିତ ଫିଜିଓ ଥେରାପି ଚାଲିବ । ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ପୂର୍ବରୁ ଡାକ୍ତର ରମାକାନ୍ତ ପଣ୍ଡା କହିଥିଲେ । କହିରଖୁଛୁ ଯେ, ଗତ ଜୁନ ୨୨ ତାରିଖରେ ମୁମ୍ୱାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପ୍ରଚାର ହୋଇଥିଲା । Post navigation ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ