ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ । ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ସୋଡ଼ି କନ୍ନା।ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବହୁ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ଅନ୍ୟପଟେ ଫୁଲବାଣୀ ପୋଲିସ ନିକଟରେ ୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ୩ ଦୁର୍ଦ୍ଦାନ୍ତଙ୍କ ମଧ୍ୟରେ ଜଣେ ଡିସିଏମ ରାଙ୍କର ଏବଂ ଆଉ ୨ ଜଣ ଏସିଏସ ରାଙ୍କର ଅଟନ୍ତି। ଏମାନେ ଓଡିଶା ଓ ଛତିଶଗଡ଼ର ବିଭିନ୍ନ ମାଓ ହିଂସାରେ ଏମାନେ ଜଡିତ ଥିବା ଜଣାପଡିଛି ।

 

 

Leave a Reply

Your email address will not be published. Required fields are marked *