ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ଆଜି ପ୍ରକାଶ ପାଇଛି କଟ୍‌ ଅଫ୍ ମାର୍କ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ପ୍ରଥମ ମେରିଟ୍ ଲିଷ୍ଟ ଆଜି ପ୍ରକାଶ ପାଇଛି । ୨୧ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏହା ସହ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବା ସହ ସ୍ପଟ୍ ଆଡମିଶନ ମଧ୍ୟ କରାଯିବ ।  ୨୪ ତାରିଖରେ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ ।

ଅନ୍ୟପଟେ ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ କଟ୍‌ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା କଲେଜ । କଳା, ବିଜ୍ଞାନ, ବାଣିଜ୍ୟରେ ଆଗରେ ରେଭେନ୍ସା । କଳାରେ ୮୧.୩୩ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ୯୧.୮୩ ପ୍ରତିଶତ ଓ ବାଣିଜ୍ୟରେ ୮୦.୨୦ ପ୍ରତିଶତ ରହିଛି ।

 

 

Leave a Reply

Your email address will not be published. Required fields are marked *