ଗୁଜରାଟ ମଡେଲରେ ହେବ ଓଡ଼ିଶାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ। ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ନାଁ ରହିଛି ‘ସଂଗଠନ ସୂର୍ୟନ । ରାଜ୍ୟ ବାହାରୁ ପର୍ଯ୍ୟଟକ, ପିସିସି ସଭାପତି, ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବେ । ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ବାହାର ରାଜ୍ୟର ନେତାଙ୍କ ସହ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ଉପସଭାପତି ଓ ବରିଷ୍ଠ ନେତାଙ୍କୁ ଦଳ ଦାୟିତ୍ୱ ଦେଇଛି । ତଥ୍ୟ ସଂଗ୍ରହ ପରେ ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲା ସଭାପତି ଚୟନ କରାଯିବ। ରାଜ୍ୟରେ ଅସଜଡା କଂଗ୍ରେସ ସଙ୍ଗଠନକୁ ସଜାଡିବା ପାଇଁ ପିସିସି ସଭାପତି ଏଆଇସିସି ପରି ବିଭିନ୍ନ ମଡେଲକୁ କାର୍ଯ୍ୟକାରୀ କରୁଛନ୍ତି । ମାସକ ମଧ୍ୟରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ପିସିସି ସଭାପତି। Post navigation ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା; ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର ଓଏଏସ୍ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇଲା ଓଆରଏସ୍ ସଂଘ