ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା ପରେ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର । ସେ କହିଛନ୍ତି

ଆଜି ଅଫିସ୍‌ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍‌ମ୍ୟାନ୍‌ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, ତେବେ କାହିଁକି ରହିବେ । ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ୍‌ କରିଛନ୍ତି । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲୋଚନା । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ବ କାଢ଼ି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି ସେ ଦାବି କରିଛନ୍ତି ।

ଏଥିସହିତ ସେ ଦାବି କରିଛନ୍ତି, ବିଏମସି ଆକ୍ରମଣରେ ଶୀଘ୍ର ମାଷ୍ଟର ମାଇଣ୍ଡର ତାକୁ ଗିରଫ କରାଯାଉ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ କାର୍ପଟଦାରଙ୍କ ଗିରଫ ଦାବି କରିଛି ଓଏଏସ ସଂଘ । ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *