ଗୋପାଳପୁର ଦୁଷ୍କର୍ମ ଘଟଣା ପରେ ‘ଲଭର୍ସ ପଏଣ୍ଟ’କୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏହାର ସୁରକ୍ଷା ପାଇଁ ଦୁଇ ଥର ବୈଠକ ବସି ସାରିଥିବାବେଳେ ଏହାକୁ ନେଇ ଗୁରୁତ୍ୱ ଦେଉଛୁ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଗୋପାଳପୁର ଘଟଣାରେ ରାତିକ ଭିତରେ ଅଭିଯୁକ୍ତଙ୍କୁ ଧରାଯାଇଛି। ଯେତେ ପର୍ଯ୍ୟଟନ ସ୍ଥଳୀ ଓ ଲଭର୍ସ ପଏଣ୍ଟ ଅଛି, ସୁରକ୍ଷାକୁ ଗୁରୁତ୍ବ ଦେଉଛୁ । ଆଇନ ତା କାମ କରୁଛି । ସୂଚନା ଯୋଗ୍ୟ; ଗୋପାଳପୁରକୁ ସାରା ଭାରତ ତଥା ବିଶ୍ବରେ ନିନ୍ଦିତ କରିଥିବା ଘଟଣା ନେଇ ଏବେ ନୂଆ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଅଞ୍ଚଳ ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରେମୀ ଜୋଡାଙ୍କ ଏକ ଲଭର୍ସ ପଏଣ୍ଟ ଭାବେ ବେଶ ପରିଚିତ ରହିଥିଲା। କେବଳ ଗୋପାଳପୁର ନୁହେଁ ରାଜ୍ୟର ବିଭିନ୍ନ ନିଛାଟିଆ ସ୍ଥାନରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଛି । ଏକ ଥିବା ଫଳରେ ବେଳେ ବେଳେ ସେମାନେ ଅସଦାଚରଣର ଶିକାର ମଧ୍ୟ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟସରକାର। Post navigation ମେଗା ଧାରାବାହିକ ଅନୁପମା ସୁଟିଂ ସେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ