ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ । ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ନିଫ୍ଟି ସେନସେକ୍ସ ୫୦୦ ପଏଣ୍ଟ ଓ ନିଫ୍ଟି ୨୫୦ ପଏଣ୍ଟ ଖସିଲା ।

ଆଜି ସକାଳ ୯:୪୦ରେ ବିଏସ୍‌ସି ସେନ୍‌ସେକ୍ସ ୮୦୮ ପଏଣ୍ଟ କିମ୍ବା ୦.୯୮ ପ୍ରତିଶତ ହ୍ରାସ ପାଇ ୮୧,୫୯୯ ରେ କାରବାର କରୁଥିଲା। ସେହି ସମୟରେ, ନିଫ୍ଟି୫୦ ସୂଚକାଙ୍କ ୨୧୭ ପଏଣ୍ଟ କିମ୍ବା ୦.୮୭ ପ୍ରତିଶତ ହ୍ରାସ ପାଇ ୨୪,୮୯୫ରେ ପହଞ୍ଚିଛି। ଏହି ହ୍ରାସ ଯୋଗୁଁ ବିଏସ୍‌ସିରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ବଜାର ପୁଞ୍ଜି ପ୍ରାରମ୍ଭିକ ବାଣିଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୪.୭୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଶ୍ୱ ମାନ୍ଦାବସ୍ଥା ପରେ ଭାରତୀୟ ବଜାରରେ ମଧ୍ୟ ସେୟାର୍‌ ବଜାର ହ୍ରାସ ଘଟିଛି।

ତେବେ ଗତ ସପ୍ତାହ ଜୁନ୍ ୨୦ରେ ଷ୍ଟକ୍ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସ ୧୦୪୬ ପଏଣ୍ଟ୍ ଉପରକୁ ଉଠି ୮୨.୪୦୮ ରେ ପହଞ୍ଚିଥିଲା ​​ଏବଂ ନିଫ୍ଟି ୩୧୯ ପଏଣ୍ଟ୍ ଉପରକୁ ଉଠି ୨୫,୧୧୨ ରେ ବନ୍ଦ ହୋଇଥିଲା । ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୭ଟି ଷ୍ଟକ୍ ବୃଦ୍ଧି ପାଇଥିଲା, ଯେତେବେଳେ ୩ଟି ହ୍ରାସ ପାଇଥିଲା

Leave a Reply

Your email address will not be published. Required fields are marked *