ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାରଙ୍କ ଟିମ୍କୁ ଶୁଭେଛା ଜଣାଉଛି । ସେମାନେ ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କାନଡ଼ା ଗସ୍ତରେ ଥିଲା ବେଳେ ଟ୍ରମ୍ପ୍ ନିମନ୍ତ୍ରଣ କଲେ । ମତେ ଟ୍ରମ୍ପ ଫୋନ୍ କଲେ ଆମେରିକା ଯିବା ପାଇଁ । ହେଲେ ମୁଁ ତାଙ୍କୁ ନମ୍ରତାର ସହ ମନା କଲି । କାରଣ ମତେ ଜଗନ୍ନାଥଙ୍କ ମାଟିକୁ ଆସିବାକୁ ଥିଲା । ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି । ମୋଦି କହିଛନ୍ତି ଏଠି ବିଜେପି ସରକାର ବନିଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା ।ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା। ଏହା ରାଜନୈତିକ ବିଜୟ କିମ୍ବା ପରାଜୟର ବିଷୟ ନୁହେଁ। କୋଟି କୋଟି ଭକ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେବା ପାଇଁ ଏହା କରାଯାଇଛି। Post navigation ଭୁବନେଶ୍ବରରେ ମୋଦୀଙ୍କ ରୋଡ୍ ସୋ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ବିଭିନ୍ନ ଯୋଜନା ଓ ପ୍ରକଳ୍ପ