ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ’ । ରୋଡ୍‌ ସୋ’ରେ ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା ସମୟର ରାସ୍ତାର ଦୁଇ ପାର୍ଶ୍ବରେ ଲକ୍ଷାଧିକ ଶୁଭେଚ୍ଛୁଙ୍କୁ ଦେଖିବାକୁ ମିଳିଛି । ଖୁସିରେ ପିଏମ୍‌ଙ୍କ ଗାଡ଼ି ଉପରକୁ ଫୁଲ ପକାଉଛନ୍ତି ଶୁଭେଚ୍ଛୁ ।

ଭୁବନେଶ୍ୱର ବିଜୁ ପଟ୍ଟାନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଭବ୍ୟ ରୋଡ୍ ଶୋ କରିଛନ୍ତି ମୋଦୀ । । ବିମାନବନ୍ଦରୁ ଜନତା ମଇଦାନ ଯାଏଁ ପୁରା ଲୋକାରଣ୍ୟ ହୋଇଯାଇଛି । ମୋଦୀ ନାରା, ହୁଳହୁଳି, ବାଜାର ତାଳରେ କମ୍ପିଛି ରାଜଧାନୀର ରାଜରାସ୍ତା । ମୋଦୀଙ୍କ ସ୍ୱାଗତ ପାଇଁ ପ୍ରାୟ ୨୮ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ହାତ ହଲାଇ ରାସ୍ତାର ପାର୍ଶ୍ୱରେ ଥିବା ଜନତାଙ୍କୁ ଅଭିବାଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *