ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ । ଛତିଶଗଡ଼ କାଙ୍କେରରେ ଯବାନ-ମାଓବାଦୀ ଗୁଳି ବିନିମୟ। କାଙ୍କେର ଜଙ୍ଗଲରେ ୨ ମାଓବାଦୀଙ୍କ ମୃତ୍ୟୁ ସୂଚନା । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ସୂଚନା ଅନୁଯାୟୀ , ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଂଚଳରେ ଆଜି ସକାଳେ ମାଓବାଦୀ ଏବଂ ଯବାନ ମଧ୍ୟରେ ଗୁଳିବିନିମୟ ଘଟିଛି। ଆମତୋଲା ଏବଂ କଲପର ଗାଁ ମଧ୍ୟରେ କିଛି ମାଓବାଦୀଙ୍କ ଉପସ୍ଥିତି ଜଣା ପଡିବା ପରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହା ପରେ ଉଭୟ ପଟୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ହୋଇଥିବା ଗୁଳିବିନିମୟ ହେବା ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । Post navigation ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ ଚକମା ମୋଦୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ