ବିଜେପି ସରକାରଙ୍କ ବିରୋଧରେ ଗର୍ଜିଲା ବିରୋଧୀ ଦଳ ।ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହିଳାମାନେ ଅସୁରକ୍ଷିତ ହୋଇଯାଇଛନ୍ତି ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରିବା ସହ ସରକାରଙ୍କ ବିରୋଧରେ ଗର୍ଜିବା ବେଳେ ମୁହାଁ ମୁହିଁ ହୋଇଛନ୍ତି କଂଗ୍ରେସ ଓ ପୋଲିସ। ଦଳ କର୍ମୀଙ୍କ ଉଠେଇ ନେଲା ପୋଲିସ। ସୂଚନା ଯୋଗ୍ୟ; ସୂଚନା ଯୋଗ୍ୟ; ରବିବାର ରଜ ସଂକ୍ରାନ୍ତିରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। ଏହି ସମୟରେ ପ୍ରାୟ ୧୦ଜଣ ଯୁବକ ସେମାନଙ୍କୁ ଘେରି ଯାଇଥିଲେ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡିତା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ସୋମବାର ୭ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୩ ଜଣ ଯୁବକଙ୍କୁ ଗିରଫ କରିଛି ଗୋପାଳପୁର ପୋଲିସ । Post navigation G7 ସମିଟ୍ ପରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓବାଦୀ ନିହତ