ଯାଜପୁର ପରେ ଏବେ ଭଦ୍ରକରେ ବ୍ୟାପିଛି ଝାଡ଼ାବାନ୍ତି ।ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର ସହର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ଏହା ସହ ବିଶୁଦ୍ଧ ପାନୀୟ ପିଇବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ତେବେ କେଉଁ କାରଣରୁ ଜିଲ୍ଲା ପରେ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପୁଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *