NEET UG 2026: Candidates to get 15-minute extra

ପ୍ରକାଶ ପାଇଲା ଚଳିତ ବର୍ଷର NEET UG ଫଳାଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ। ଚଳିତବର୍ଷ ରାଜସ୍ଥାନର ମହେଶ କୁମାର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ୯୯.୯୯୯୯୫୪୭ ପ୍ରତିଶତ ହାସଲ କରିଛନ୍ତି। ସେହିପରି ଓଡ଼ିଶାରୁ ସ୍ନେହାଶିଷ ଦାସ ଟପର୍ ହୋଇଛନ୍ତି। ସେ ସର୍ବଭାରତୀୟ ସ୍ଥରରେ ୬୦ ତମ ସ୍ଥାନ ଅଧିକାର କରିଛନ୍ତି। ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା।

ଅନ୍ୟପଟେ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ। ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (NBE)ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *