ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବରରେ ରୋଡ ଶୋ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି । ଜୁନ୍‌ ୧୨ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷ ପୂର୍ତ୍ତି ପାଳନ ହେଉଛି । ଏହି ଅବସରରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି ।ଅପରାହ୍ନ ୩ ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବ। ପ୍ରଥମେ ତ୍ରିରଙ୍ଗାଯାତ୍ରା ରେ ସାମିଲ ହେବା ପରେ ମୋଦି ରୋଡ ଶୋ କରିବେ।

ସୂଚନା ଯୋଗ୍ୟ; ରାଜ୍ୟ ସରକାର ଏବଂ ବିଜେପି ସଙ୍ଗଠନ ପକ୍ଷରୁ ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏଥିପାଇଁ ଜନତା ମଇଦାନରେ ବ୍ୟାପକ ଭାବେ ପ୍ରସ୍ତୁତି ହୋଇଥିବାବେଳେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *