୫ ଶହ ଗୋଦାବରୀଶ ବିଦ୍ୟାଳୟର ପଡ଼ିବ ଭିତ୍ତିପ୍ରସ୍ତର । ସରକାରଙ୍କ ବର୍ଷପୂର୍ତ୍ତିରେ ୫୦୦ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେ କହିଛନ୍ତି ୩୧୪ ବ୍ଲକରେ ଆଦର୍ଶ ପ୍ରଥମିକ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ବର୍ଷେ ପୂର୍ତ୍ତି କାର୍ଯ୍ୟକ୍ରମସବୁ ଜାଗାରେ କରାଯିବ । ଜିଲ୍ଲାକୁ ଯାଇ ସମୀଡ଼ା କରିବା ସହ କାର୍ଯ୍ୟକ୍ରମର ତଦାରଖ କରିବେ ମନ୍ତ୍ରୀ।

ଏହାସହ ସ୍କୁଲ ଖୋଲିବାକୁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ରାଜ୍ୟରେ ବଢୁଥିବା କୋଭିଟକୁ ନେଇ ତତ୍ପରତା ଦେଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ସ୍କୁଲ୍‌ ଖୋଲିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ କରାଯିବ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । କୋଭିଡ ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ । ଜୀବନ ହେଉଛି ବହୁତ ମୂଲ୍ୟବାନ । ପିଲାମାନେ ସ୍କଲକୁ ଯିବେ ଏବଂ ଏକାଠି ବସିବେ । ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ଯଦି କେଉଁ ପିଲାକୁ ଥଣ୍ଡା ଜ୍ୱର ହୁଏ ତାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବ । ଯଦି ଅଧିକ ଅସୁସ୍ଥ ହୁଅନ୍ତି, ତେବେ ସେହି ପିଲାଙ୍କୁ ଘରେ ରହିବାକୁ କୁହାଯିବ ।

Leave a Reply

Your email address will not be published. Required fields are marked *