ଭୁଲ ଇଞ୍ଜେକ୍ସନ୍ ୬ ରୋଗୀଙ୍କ ମୃତ୍ୟୁ ଘଟଣା ସମୀକ୍ଷା ପାଇଁ କୋରାପୁଟରେ ପହଞ୍ଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିଥିବା ଜଣାପଡିଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସହ ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି । ଏହାପରେ ମନ୍ତ୍ରୀଙ୍କୁ ବିରୋଧ କରି ଘେରିଗଲେ ସ୍ଥାନୀୟ ଲୋକ । ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ; କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ୬ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଏହାପରେ ଏହାର ତଦନ୍ତ ପାଇଁ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ ।

Leave a Reply

Your email address will not be published. Required fields are marked *