ସଂସଦର ମୌସୁମୀ ଅଧିବେଶନର ତାରିଖ ହେଲା ଘୋଷଣା । ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ସରକାରଙ୍କୁ ଘେରିବେ ବିରୋଧୀ । କିରଣ ରିଜିଜୁ କହିଛନ୍ତି କି, ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀଦଳମାନଙ୍କ ସହଯୋଗ ଲୋଡିଛନ୍ତି । ବିରୋଧୀ ଦଳ ଗୁଡିକ ପକ୍ଷରୁ ଅପରେସନ ସିନ୍ଦୂର ଓ ପହଲଗାମ ଆତଙ୍କୀ ହମଲାକୁ ନେଇ ସଂସଦରେ ସ୍ୱତନ୍ତ୍ର ଅଧିବେଶନର ଦାବି କରି ଚାଲିଛନ୍ତି । ଏହା ମଧ୍ୟରେ ସରକାର ମୌସୁମୀ ଅଧିବେଶନର ତାରିଖ ଘୋଷଣା କରିଛନ୍ତି । ପୂର୍ବରୁ, ସଂସଦର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା। ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହୋଇଥିଲା। Post navigation ଆସନ୍ତା ୬ ତାରିଖରେ ପୂରଣ ହେବ ୮୨୬ ପିଜିଟି ଶିକ୍ଷକ ପଦବୀ ଭୁଲ ଇଞ୍ଜେକସନରେ ୬ ଜଣଙ୍କ ମୃତ୍ୟୁ ଘଟଣା; ମୃତକ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଦାବି କଲା କଂଗ୍ରେସ