ଗ୍ରାହକଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୩ ତାରିଖରୁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (OMFED) କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ଘୋଷଣା କରିବାର ଗୋଟିଏ ଦିନ ପରେ, ସର୍ବୋଚ୍ଚ କ୍ଷୀର ମହାସଂଘ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ଗ୍ରାହକଙ୍କ ପାଇଁ କ୍ଷୀରର ମୂଲ୍ୟ ଅପରିବର୍ତ୍ତିତ ରହିବ। ଓମ୍ଫେଡ଼ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଜୁନ ୧ ରୁ ଓମ୍ଫେଡ଼ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ -୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀ ଘୋଷଣା କରିବା ପରେ ଓମ୍ଫେଡ଼ ଚାଷୀଙ୍କୁ ଲିଟରେ ପିଛା ୩ ଟଙ୍କା ଅଧିକ ଦେବା ଆରମ୍ଭ କରିଛି। ରାଜ୍ୟ ସରକାର ଚାଷୀଙ୍କୁ ୨ଟଙ୍କା ଓ ଓମ୍ଫେଡ ପକ୍ଷରୁ ଆଉ ୨ଟଙ୍କା ପ୍ରଦାନ କରାଯିବ। ଚାଷୀ ୩ ଟଙ୍କା ପାଇବାକୁ ଥିବାବେଳେ ସୋସିଇଟି ଓ ମିଳ୍କ ଫେଡରେସନକୁ ଏକ ଟଙ୍କା ମିଳିବ। ଏବେ ଗ୍ରାହକଙ୍କ ଲାଗି କ୍ଷୀର ଦର ବଢିବ ନାହିଁ। ସେନେଇ ଓମ୍ଫେଡର କମିଟି ବସିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଗ୍ରାହକଙ୍କ ଲାଗି କ୍ଷୀର ଦର ବଢିବ କି ନାହିଁ ସେନେଇ କମିଟି ବିଚାର କରିବା ପରେ ଓମ୍ଫେଡ଼ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯିବ। ୧୫ରୁ ୨୦ ଦିନ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । Post navigation ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଓଏସ୍ଆରଟିସି ସୁପର ପ୍ରିମିୟମ ଭଲଭୋ ବସ୍ ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ଘରୋଇ ବସ୍ ଓ ଟ୍ରକ୍ ମାଲିକ ସଂଘ