ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର । ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା । ଏପ୍ରିଲ ୧୬ ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ତାହା ସରିବାକୁ ଯାଉଥିଲା । ଜୁନ ୧ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଯେଉଁମାନେ CAFରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ୍ କରିପାରିବେ । ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ ଡେଟ୍ଲାଇନ ପରେ ପ୍ରକାଶ ପାଇବ । Post navigation ଗିରଫ ଜ୍ୟୋତିଙ୍କ ସହ ପୁରୀ ଝିଅଙ୍କ ଲିଙ୍କ୍ ପ୍ରସଙ୍ଗ; ତଦନ୍ତରେ ସହଯୋଗ କରୁଛନ୍ତି ପ୍ରିୟଙ୍କା: ଏସ୍ପି ବର୍ଷେ ବଢ଼ିଲା ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ