ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି । ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟି। ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି । ତେବେ ଏ ନେଇ ମୁନା ଖାନ୍ କିମ୍ବା ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ୱାକଅଫ୍ ବିଲ୍ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏବେ ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଇଥିବା ନେଇ ପୁଣି ଚର୍ଚ୍ଚା ଆସିଛନ୍ତି ମୁନ୍ନା । ସୂଚନା ଯୋଗ୍ୟ; ସାଂସଦ ମୁନା ଖାଁଙ୍କୁ ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରେ ନିଯୁକ୍ତ କରିଥିଲା । କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟା ଲଘୁ ସେଲର ଆବାହକ ଭାବରେ ନିଯୁକ୍ତ କରାଯାଇଥିଲା । ପୂର୍ବରୁ ଏଥିରେ ମୁନା ଖାନ୍ ଅଧ୍ୟକ୍ଷ ଥିଲେ । ଏହାକୁ ନେଇ ମୁନା ଖାନ୍ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । Post navigation ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ମୃତ ଯୁବତୀ ମା’