ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDO ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି । ଏକକାଳୀନ ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି କରିଛନ୍ତି । ଯାଜପୁର, କଟକ, ଭୁବନେଶ୍ୱର, ଭଦ୍ରକରେ ଚାଲିଛି ରେଡ୍ । ଏହି ଚଢ଼ାଉରେ ଆଠ ଜଣ DSP, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଅସିତ କୁମାର ପାତ୍ରଙ୍କ ଯାଜପୁର ରୋଡ୍ କହ୍ନେଇପୁର ସ୍ଥିତ ୪ ମହଲା ଘର, କଟକ ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟ, ଯାଜପୁର ଗରଡେଶ୍ୱର ସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକର ସନାବନସ୍ତ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳାରେ ସରକାରୀ ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଘରେ ତନାଘନା ଯାଞ୍ଚ କରାଯାଉଛି । Post navigation ଜମ୍ମୁକାଶ୍ମୀର ତ୍ରାଲରେ ଏନକାଉଣ୍ଟର; ୩ ଜୈଶ୍ ଆତଙ୍କବାଦୀ ନିହତ ଅଲମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ମିଳିଲା ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍