SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ଓପିଏସ୍‌ସି ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଗ୍ରେସ୍‌ ଦେବାକୁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ଣ୍ଣ ମାର୍କ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା ତେଣୁ ୬ ମାର୍କ ଗ୍ରେସ୍‌ ଦେବାକୁ ଓପିଏସ୍‌ସି ପକ୍ଷରୁ କୁହାଯାଇଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର୍‌ରେ ୬ ମାର୍କ କମ୍‌ ଥିଲା ।

ମାର୍ଚ୍ଚ ୨୯ ଏବଂ ୩୦ରେ ହୋଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିଯୁକ୍ତି ପରୀକ୍ଷାର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ପ୍ରଶ୍ନ ସଂଖ୍ୟା ୮, ୯ ଏବଂ ୧୦ରେ ମୁଦ୍ରଣ ତ୍ରୁଟି ଥିଲା। ୧୦୦ ମାର୍କ ବଦଳରେ ପରୀକ୍ଷାର୍ଥୀ ୯୪ ମାର୍କର ପରୀକ୍ଷା ଦେଇଥିଲା। ଏହାକୁ ତର୍ଜମା କରି ଗ୍ରେସ୍‌ ମାର୍କ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *