ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ। ରାତାରାତି ହୋର୍ଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ ।

ବିଭିନ୍ନ ପ୍ରତିବାଦ ଓ ବିବାଦ ପରେ ଗତକାଲି ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । ତେବେ ବିଜେପି ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟକୁ ଭୁଲ ପ୍ରମାଣିତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାତାରାତି ବଡ଼ ବଡ଼ ଅକ୍ଷରରେ ସ୍ଥାୟୀ ଭାବେ ଜଗନ୍ନାଥ ଧାନ ଲେଖିବା ନେଇ ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଫଳରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସ୍ଥାୟୀ ଭାବେ ଦୀଘା ଜଗନ୍ନାଥ ମନ୍ଦିର ପରିସରରେ ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ଲେଖାଯାଇଛି।

Leave a Reply

Your email address will not be published. Required fields are marked *