କଟକ ଖାନ୍ନଗରରେ ବ୍ରିଜ୍ ନିର୍ମାଣ ଅଘଟଣରୁ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍ଙ୍କ ମୃତ୍ୟୁ ଘଟଣାରେ କାହାର ଭୁଲ ଅଛି ତାହାକୁ ନେଇ ତଦନ୍ତ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଏତେ ବଡ଼ ଅଘଟଣ କାହାର ଭୁଲ ଅଛି, ତଦନ୍ତ ହେବ । ତ୍ରୁଟି ନ ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା । ୩ ଜଣିଆ ଟିମ୍ ଗଠନ ହୋଇଛି, ୧୫ ଦିନରେ ଘଟଣା ବାବଦରେ ରିପୋର୍ଟ ଦେବ ଟିମ୍ । କେଉଁ ପରିସ୍ଥିତିରେ ଏପରି ହେଲା, କାହାର ଭୁଲ ଅଛି ରିପୋର୍ଟ ଦେବ ଟିମ୍ । ସୂଚନା ଯୋଗ୍ୟ; ଆଇନମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ମୁଖ୍ୟଯନ୍ତ୍ରୀ ଓ ଏଡିଏମ୍ ସଦସ୍ୟ ରହିବେ । ଏହା ସହ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଆଇନମନ୍ତ୍ରୀ। Post navigation ପରଲୋକରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ ଜୁନ୍ ୩୦ ସୀମା ପୁନର୍ଗଠନ ଡେଡ୍ଲାଇନ୍