ପୁଣି ବଢ଼ିଲା ୨୦୦୭ ବ୍ୟାଚ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି । ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ । ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ ।

ସୂଚନା ଯୋଗ୍ୟ; ଆଇପିଏସ ରାଜେଶ ପଣ୍ଡିତ ୨୦୧୮ ମସିହାରେ ମାତ୍ର ୬ ମାସ ଧରି କ୍ରାଇମବ୍ରାଞ୍ଚରେ କାମ କରିଥିବା ବେଳେ ସେଠାରେ ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ସଂପର୍କ ରହିଥିବା ପୁଲିସ ମହଲରେ ଚର୍ଚ୍ଚା ହୋଇଥିଲା। ସରକାରୀ କ୍ୱାର୍ଟର୍ସକୁ ଯାଇ ସେଠାରେ ରହୁଥିବା ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବେ ବୋଲି ଜିଦ୍‌ ଧରିଥିଲେ । ଏହା ପରେ ମହିଳା ଏସ.ଆଇଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ଶାଗ ମହିଳା ଏସଆଇଙ୍କ ପକ୍ଷରୁ ଭୁବନେଶ୍ଵର ମାନବ ଅଧିକାର କମିଶନରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

Leave a Reply

Your email address will not be published. Required fields are marked *