ନିର୍ମାଣାଧୀନ ଘରୁ ଉଦ୍ଧାର ହେଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଘଟିଛି ଅଭାବନୀୟ ଘଟଣା । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ଅଭିଯୁକ୍ତକୁ କାଳିଆ ଷଣ୍ଢକୁ ଗିରଫ କଲା ପାଟପୁର ଥାନା ପୋଲିସ । ଦୁଷ୍କର୍ମ ପୂର୍ବରୁ ଅଶ୍ଳୀଳ ଭିଡିଓ ଦେଖିଥିଲା ଅଭିଯୁକ୍ତ । ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସର ସୂଚନା । ସୂଚନାଯୋଗ୍ୟ; ଗତ ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ ସହ ଅଜା ଘର ଗାଁକୁ ଆସିଥିଲେ। ତେବେ ସେ ଶୁକ୍ରବାର ଠାରୁ ନିଖୋଜ ଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୁନି ଝିଅର ପତ୍ତା ମିଳିନଥିଲା । ପରେ ପାଟପୁର ଥାନାକୁ ନିଖୋଜ ସମ୍ପର୍କରେ ଖବର ଦିଆଯିବା ପରେ ପାଟପୁର ପୋଲିସ ଟିମ୍ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରିଥିଲେ। ଶନିବାର ଏକ ନିର୍ମାଣାଧୀନ ଘରୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । Post navigation କୋଲକାତା ଗଲା କାଳ ବୈଶାଖୀ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ ଭାରତ ଝେଲମ ନଦୀ ପାଣି ଛାଡ଼ିବା ପରେ ପାକିସ୍ତାନରେ ବନ୍ୟା ସ୍ଥିତି; ଭାରତକୁ ଦାୟୀ କଲା ପାକିସ୍ତାନ