ଦକ୍ଷିଣ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ସେଠାରେ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିବା ପାଇଁ ୯୨ ବେସ ଆର୍ମି ହସ୍ପିଟାଲ ଗସ୍ତ କରିଛ ଆହତଙ୍କୁ ଭେଟିଚନ୍ତି ରାହୁଲ ଗାନ୍ଧି ।

ଏହା ସହ କଶ୍ମୀର ଗସ୍ତ କରି ରାହୁଲ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଭେଟିଛନ୍ତି। ଆତଙ୍କୀ ହମଲା ନେଇ ରାହୁଲ-ଓମାରଙ୍କ ମଧ୍ୟରେ ଆଲୋଚନା କରିଛନ୍ତି। ଆଲୋଚନା ପରେ ରାହୁଲ କହିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ମିଳିବ। ସମସ୍ତ ଦଳ ଏକ ହୋଇ ଛିଡ଼ା ହୋଇଛନ୍ତି।

ଆତଙ୍କୀ ଆକ୍ରମଣ ପରେ ରାହୁଲ ତାଙ୍କର ଆମେରିକା ଗସ୍ତକୁ ସଂକ୍ଷିପ୍ତ କରି ଆଜି ଫେରି ଆସିଥିଲେ, ଏହା ପରେ ସେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *