ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନୀ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଜି ପହଲଗାମ ଆତଙ୍କୀ ହମଲାକୁ ନେଇ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ। ସେ କହିଛନ୍ତି କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ । ୧୪୦ କୋଟି ଭାରତୀୟ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ତାହାକୁ ଧ୍ବଂସ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ନିରୀହ ଦେଶବାସୀଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରାଯାଇଛି । ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ । ସମସ୍ତ ପୀଡିତ ପରିବାରଙ୍କ ଏହି ଦୁଃଖ ଘଡିରେ ପୂରା ଦେଶ ସେମାନଙ୍କ ସହ ରହିଛି । ଆହତଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଆତଙ୍କବାଦୀ ଆକ୍ରମଣରେ କିଏ ନିଜର ପୁଅ ହରାଇଲା, କିଏ ନିଜର ଭାଇ ହରାଇଲା, କିଏ ନିଜର ଜୀବନସାଥୀ ହରାଇଲା । ଦେଶର ବିଭିନ୍ନ ରାଜ୍ୟର ଲୋକେ ଏହି ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି । ଏହି ହମଲା ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ ବରଂ ଭାରତର ଆତ୍ମା ଉପରେ ହୋଇଛି । ମୋଦୀ ଆଉ ମଧ୍ୟ କହିଛନ୍ତି, ମୁଁ ବହୁତ ସ୍ପଷ୍ଟର ସହ କହିବାକୁ ଚାହୁଁଛି ଯେ, ଯେଉଁମାନେ ଏହି ହମଲା କରିଛନ୍ତି, ସେହି ଆତଙ୍କବାଦୀ ଓ ଏହାର ଷଡଯନ୍ତ୍ର ରଚିଥିବା ଲୋକଙ୍କୁ କଳ୍ପନାଠୁ ବି ବଡ ସଜା ମିଳିବ । ଏବେ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର ସମୟ ଆସି ଯାଇଛି । ଆମେ ଏମିତି ସଜା ଦେବୁ ଯେ, ଏହି ଲୋକେ କେବେ ଭାବି ନ ଥିବେ । Post navigation ପହଲଗାମ୍ ଆକ୍ରମଣ ଘଟଣା: କଂଗ୍ରେସର CWC ବୈଠକରେ ନିନ୍ଦା ପ୍ରସ୍ତାବ ପାରିତ ୬ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ନୂଆ ରାସନ କାର୍ଡ