କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା କରୁଥିବା ବେଳେ ଆଜି ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ପହଲଗାମରେ ହୋଇଥିବା ଆତଙ୍କି ଆକ୍ରମଣ ନେଇ ଚିନ୍ତା ପ୍ରକାଶ କରିବା ସହ ଉଭୟଙ୍କ ମଧ୍ୟରେ ଏହି ବିଷୟରେ ଆଲୋଚନା ହୋଇଥିବାର ଜଣାପଡିଛି ।

ଏହି ଘଟଣା ସମ୍ପର୍କରେ ସେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ କରାଙ୍କ ସହ ମଧ୍ୟ କଥା ହୋଇଛନ୍ତି । ରାହୁଲ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହିତ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଯୋଗ୍ୟ; ଗତକାଲି କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ।  ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ପର୍ଯ୍ୟଟକ ମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ପୋଲିସ ଓ ସେନା ୟୁନିଫର୍ମରେ ଆସି ଗୁଳିବର୍ଷା କରିଥିଲେ ।  ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *