ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ରେ ମଙ୍ଗଳବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳ ଯୁବକ ପ୍ରଶାନ୍ତ ଶତପଥୀ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ୮ ବର୍ଷର ପୁଅ ସହିତ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳି ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିବା ସୂଚନା ଦେଇଛନ୍ତି ପତ୍ନୀ । ହେଲ୍ପଲାଇନ୍ ନମ୍ବର ଯୋଗାଯୋଗରୁ ତାଙ୍କ ମୃତ୍ୟୁ ହୋଇଥିବା ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । Post navigation ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ: ୨୮ ମୃତ ସୂଚନା ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତାକାଲି ଠାରୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର