ବିଜେଡ଼ିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଆଜି ରଘୁନନ୍ଦନ ନବୀନ ନିବାସକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ମୁଁ ରାଜନୀତିରୁ ଅବସର ନେଇ ଗଲି । ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ ଯଦି ଅସନ୍ତୋଷ ରହିଥାନ୍ତି ତେବେ ବିଦ୍ରୋହ କରିଥାନ୍ତି ଓ ବିଜେଡି ହାରିଥାନ୍ତା । କିନ୍ତୁ ମୋ ଦେହ ଅସୁସ୍ଥ ରହୁଛି। ସ୍ୱାସ୍ଥ୍ୟଗତ କାରଣରୁ ମୁଁ ରାଜନୀତିରେ ସକ୍ରିୟ ନାହିଁ ତେଣୁ ରାଜାନୀତି ଛାଡ଼ି ଦେଲି  । କିନ୍ତୁ ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିବ ।

ଏହା ସହ ବିଜେଡିର କାର୍ଯ୍ୟକାରିଣୀରେ ଆପଣଙ୍କୁ ସ୍ଥାନ ମିଳିଛି କି ପ୍ରଶ୍ନରେ ରଘୁନନ୍ଦନ କହିଛନ୍ତି, ସେହି ଜିନିଷଟା ସାର୍‌ଙ୍କ ଉପରେ ନିର୍ଭର କରେ । ମୁଁ କିପରି କହିପାରିବି। କିନ୍ତୁ ମୁଁ ଦୀର୍ଘଦିନ ହେବ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦରେ ସଦସ୍ୟ ଥିଲି।

ସୂଚନା ଯୋଗ୍ୟ; ବିଧାୟକ ରଘୁନନ୍ଦନ ଦାସ ୨୦୧୯ରେ ବିଜେଡ଼ିରୁ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଆଉ ଟିକେଟ୍ ଦେଇ ନ ଥିଲା । ସେବେଠାରୁ ସେ ଆଉ ରାଜନୀତିରେ ସକ୍ରିୟ ନ ଥିଲା ।

Leave a Reply

Your email address will not be published. Required fields are marked *