ଆସନ୍ତାକାଲି ସମ୍ବଲପୁର ରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଦୁର୍ଗାପାଲିସ୍ଥିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତାକାଲିର ଅଭିଯୋଗ ଶୁଣାଣିରେ ୧୧ ମନ୍ତ୍ରୀ , ୧୦ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିବେ । ଶିବିରରେ ୧୦ଟି ଜିଲ୍ଲାର ଜନସାଧାରଣ ଆସି ଅଭିଯୋଗ କରିପାରିବେ । ଏଥର ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ପାଇଁ ବ୍ଯକ୍ତିଗତ ଅପେକ୍ଷା ଗୋଷ୍ଠୀଗତ ଅଭିଯୋଗ ଅଧିକ ପଞ୍ଜିକୃତ ହୋଇଛି । ଏଥିପାଇଁ ଏପ୍ରିଲ ୧୭ ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସର୍ବାଧିକ ୧୦୦୦ ଜଣ ନାମ ପଞ୍ଜୀକରଣ କରିପାରିବେ । ଏବଂ ଏପ୍ରିଲ ୨୧, ସକାଳ ୮ଟା ସମୟରୁ ଦରଖାସ୍ତକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ । Post navigation ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର : ପୃଥ୍ୱୀରାଜ ହରିଚନ୍ଦନ