ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । କାଳବୈଶାଖୀ ଅନେକଙ୍କୁ ତାତିରୁ ଆସ୍ୱସ୍ତି ଦେଉଥିବା ବେଳେ ଚାଷୀର ଫସଲ ଉଜାଡି ଦେଇଛି ।କାଳବୈଶାଖୀର ପ୍ରବଳ ବର୍ଷା ଏକର ଏକର ଚାଷଜମି ନଷ୍ଟ କରିଦେବାରୁ ଓଡ଼ିଶାର ଟମାଟୋ ଚାଷୀମାନେ ପ୍ରବଳ କ୍ଷତି ସହୁଛନ୍ତି। ଅମୌସୁମୀ ବର୍ଷା ଅମଳ ପାଇଁ ପ୍ରସ୍ତୁତ ପାଚିଲା ଫସଲ ନଷ୍ଟ କରିଦେଇଛି । ଯାହା ଫଳରେ ଚାଷୀମାନଙ୍କୁ ବିପଦରେ ପକାଇ ଦେଇଛି। ହଠାତ୍ ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି । ଚାଷ ଜମିରେ ପାଣି ଜମିରହିଥିବା ବେଳେ ଚାଷୀଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଇଛି । ଅଦିନିଆ ଝଡିବର୍ଷାରେ ପ୍ରଭାବରେ ଗଛରେ ହିଁ ନଷ୍ଟ ହୋଇଯାଉଛି ପରିବା । କୁଆପଥର ମାଡରେ ଫାଟି ଯାଇଛି ଟମାଟୋ । Post navigation ରେଳ ଲାଇନକୁ ବିରୋଧ କରି ଉତ୍ତେଜନା: ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଧାରଣାରେ ଗ୍ରାମବାସୀ ବାଲିପାଟଣା ଗୁଳିକାଣ୍ଡ ଘଟଣା: ଫସାଇବାକୁ ଯାଇ ନିଜେ ଫସିଲା ଅଭିଯୁକ୍ତ