IAS officer Veer Vikram Yadav to go on central deputation
କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ।ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ସେ ନିଯୁକ୍ତ ହୋଇଛନ୍ତି ।
 
୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବୀର ବିକ୍ରମ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
 
ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଥିଲା । ସେହିପରି କନ୍ଧମାଳରେ ବିଷାକ୍ତ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଭିତରେ ବୀର ବିକ୍ରମ ଯାଦବଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ପୋଷ୍ଟ ରୁ ହଟେଇ ଦିଆଯାଇଥିଲା । 

By Nirvay

Leave a Reply

Your email address will not be published. Required fields are marked *