Odisha CM announces ex-gratia of Rs 4 lakh for 3 families
ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ଏବଂ କେନ୍ଦୁଝର ବୈତରଣୀ କେଶରୀ କୁଣ୍ଡଠାରେ ୨ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମୋହନ ।
 
ମୁଖ୍ୟମନ୍ତ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି ।
 
ଏଥିସହ କେନ୍ଦୁଝର ଜିଲ୍ଲାରେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ୨ ଜଣ ଛାତ୍ରଙ୍କ ପରିବାର ବର୍ଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
 
 

By Nirvay

Leave a Reply

Your email address will not be published. Required fields are marked *